ରାଜ୍ୟ

ଆଜି ଆକ୍ରାନ୍ତଙ୍କ ଠାରୁ ଟପିଯାଇଛି ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୧୧୯୫୪ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତୀକର ଖବର, ଆଜି ଆକ୍ରାନ୍ତଙ୍କ ଠାରୁ ଟପିଯାଇଛି ସୁସ୍ଥ ସଂଖ୍ୟା । ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୯୫୪ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୪୭୧୩୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁକ୍ରବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୮ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡରୁ ୯୯୪, କଟକ ଜିଲ୍ଲାରୁ ୮୩୧, ଅନୁଗୋଳରୁ ୭୯୭, ଯାଜପୁରରୁ ୭୫୬, ସମ୍ବଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡରୁ ୪୧୯, ନବରଙ୍ଗପୁରରୁ ୪୧୦, ବାଲେଶ୍ଵରରୁ ୪୦୮, ଜଗତସିଂହପୁରରୁ ୩୩୦, ରାୟଗଡାରୁ ୩୦୭, କଳାହାଣ୍ଡିରୁ ୨୯୬, ବଲାଙ୍ଗୀରରୁ ୨୯୪, କୋରାପୁଟରୁ ୨୫୮, ବରଗଡରୁ ୨୫୨, କେନ୍ଦୁଝରରୁ ୨୪୪, ସୋନପୁରରୁ ୨୨୦, ଗଞ୍ଜାମରୁ ୨୧୮, କେନ୍ଦ୍ରାପଡାରୁ ୧୯୩, ଢେଙ୍କାନାଳରୁ ୧୭୫ରୁ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

25 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

33 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

48 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

54 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago