ରାଜଧାନୀ ଭୁବନେଶ୍ବରରୁ ଆଜି ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୨୭୬ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୪୪ ଓ ଲୋକାଲ କଣ୍ଟାକ୍ଟ କେସରୁ ୧୩୮ ଜଣ ଅଛନ୍ତି। ସେହିଭଳି ୨୪ ଘଣ୍ଟାରେ ଭୁବନେଶ୍ବରରେ ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାଇଛି ବିଏମସି

କ୍ବାରେଣ୍ଟାଇନର ଆକ୍ରାନ୍ତ ମାନଙ୍କ ମଧ୍ୟରେ  ୟୁନିଟ-୧ ଓ ପଟିଆରୁ ୪-୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ପୁରୁଣା ଭୁବନେଶ୍ୱର ଓ ଗଜପତି ନଗରରୁ ୩-୩ ଜଣ, ବିଜେବି ନଗର, ଘାଟିକିଆ, ଶୈଳଶ୍ରୀ ବିହାର, ଟଙ୍କାପାଣି ରୋଡ, ୟୁନିଟ-୮ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୧ ଜଣ, ପଟିଆରୁ ୯ ଜଣ, ୟୁନିଟ-୮, ପାତ୍ରପଡ଼ା, ନିଳାଦ୍ରୀ ବିହାରରୁ ୭-୭ ଜଣ, ଡୁମଡୁମା, ଝାରପଡ଼ାରୁ ୬ ଜଣ ଲେଖାଏଁ, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, ଟଙ୍କାପାଣି ରୋଡ, ଜୟଦେବ ବିହାରରୁ ୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.