କଟକରେ ନକଲି ଔଷଧ କାରବାର ଘଟଣା: ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କଟକ(କେନ୍ୟୁଜ୍): କଟକରେ ନକଲି ଔଷଧ କାରବାର ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି ପୁରିଘାଟ ଥାନା ପୋଲିସ । ଏହା ସହିତ ମୋଟ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଉଭୟ ଅଭିଯୁକ୍ତ କଟକର ମେଡିସିନ ଷ୍ଟକିଷ୍ଟ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ନିମଚଉଡି ଓ ନୟାସଡ଼କ ଅଞ୍ଚଳରେ ଅଭିଯୁକ୍ତଙ୍କର ମେଡିସିନ ଫାର୍ମ ରହିଛି । ଏମାନଙ୍କ ମେଡିସିନ ଫାର୍ମରୁ ଆଠ ହଜାରରୁ ଅଧିକ ଟାବଲେଟ ଜବତ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ନିଜ କମ୍ପାନୀର ଅନୁମୋଦିତ ସି ଆଣ୍ଡ ଏଫ ଠାରୁ ନ ଆଣି ଅଧିକ ଲାଭ ପାଇଁ ବିହାରର ଏକ ଡିଲର ଠାରୁ ନକଲି ଔଷଧ ଆଣି ବ୍ୟବସାୟ କରୁଥିଲେ ବୋଲି କଟକ ଡିସିପି କହିଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୪୨୦,୩୩୬,୩୨୬,୪୮୬ ଓ ୩୪ ଆଇ ପି ସି ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିବା ପାଇଁ ଯୋଜନା କରୁଛି ପୋଲିସ । ନକଲି ଔଷଧ କାରବାରକୁ ନେଇ ଗତ ସେପ୍ଟେମ୍ବର ୨୩ରେ ପୁରୀଘାଟ ଥାନାରେ ଦୁଇଟି ମାମଲା ରୁକୁ ହୋଇଥିଲା। ଘଟଣାର ତଦନ୍ତ କରି ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.