କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ବିଭୂ ସାହୁ ଅପହରଣ ଓ ହତ୍ୟା ମାମଲା: ଆଉ ଦୁଇ ଅଭିଯୁକ୍ତ ଗିରଫ
ମାର୍ଶାଘାଇ ଥାନା ଭଗବାନପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧି ବିଭୁ ସାହୁକୁ ମେ ୩୧ ତାରିଖରେ ଗାଁମୁଣ୍ଡରୁ ଅପହରଣ କରି ଓ ମହାକାଳପଡ଼ା ଇଟାଭାଟିକୁ ନେଇ ହତ୍ୟା କରିଥିଲେ ଦୁର୍ବୃତ୍ତ।
ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ବିଭୂ ସାହୁ ଅପହରଣ ଓ ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତ ଗିରଫ। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ମାର୍ଶାଘାଇ ଥାନା ପୋଲିସ। ମାର୍ଶାଘାଇ ଥାନା ଭଗବାନପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧି ବିଭୁ ସାହୁକୁ ମେ ୩୧ ତାରିଖରେ ଗାଁମୁଣ୍ଡରୁ ଅପହରଣ କରି ଓ ମହାକାଳପଡ଼ା ଇଟାଭାଟିକୁ ନେଇ ହତ୍ୟା କରିଥିଲେ ଦୁର୍ବୃତ୍ତ। ପରେ ମୃତଦେହକୁ କାରରେ ପୁରାଇ ଯାଜପୁର ଜିଲ୍ଲା ଟମକା ଥାନା ଅଂଚଳରେ କାଜୁ ଜଙ୍ଗଲରେ ପୋଡିଦେଇ ଫେରାର ହୋଇ ଯାଇଥିଲେ।
ଏନେଇ ବିଭୂ ସାହୁଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ। ପରେ ଟମକା ଥାନା ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା ପୋଲିସ। ପୋଲିସ ଏହାର ତଦନ୍ତ କରି ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ପୁଣି ଦୁଇଜଣ ମୁଖ୍ଯ ଅଭିଯୁକ୍ତଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ କାର ଜବତ ହୋଇଛି।