ପୁଣି କଟକରୁ ଜବତ ହେଲା ୨୨ ଲକ୍ଷ ଟଙ୍କାର ନକଲି ମେଡିସିନ

 କଟକ(କେନ୍ୟୁଜ୍): ପୁଣି କଟକରୁ ଜବତ ହେଲା ୨୨ ଲକ୍ଷ ଟଙ୍କାର ନକଲି ମେଡିସିନ। କଟକର ତିନୋଟି ଫାର୍ମରୁ ଜବତ ହୋଇଛି ନକଲି ଔଷଧ। ନିମଚଉଡି ସ୍ଥିତ କ୍ୟାଲ ଏଜେନ୍ସି , ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଏବଂ ଏମ ଏଚ ଫର୍ମାସିସ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମେଡ଼ିସିନ ଜବତ ହୋଇଛି।

ଗତ ତିନି ଦିନ ଧରି ରେଡ଼ କରି ୨୨ ଲକ୍ଷ ଟଙ୍କାର ନକଲି ଟେଲମା ୪୦ ମେଡ଼ିସିନ ଜବତ କରିଛି ଡ୍ରଗସ୍ କଣ୍ଟ୍ରୋଲର ଟିମ।  ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟଙ୍କ ଠାରୁ ଏମାନେ ନକଲି ଔଷଧ କିଣିଥିଲେ। ଗତ ୬ ତାରିଖରୁ ସିଲ ହୋଇଥିଲା ଏ ସବୁ ଔଷଧ। ଆଜି ଔଷଧ ଗୁଡ଼ିକୁ ନିଜ ଅକ୍ତିଆରକୁ ନେଲା ଡ୍ରଗ୍ସ କଣ୍ଟ୍ରୋଲ ଟିମ।