ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି । କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ଆଜି ୩୦ଟି ଜିଲ୍ଲାରୁ ଆଜି ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୧ ହଜାର ୮୫ରେ ପହଞ୍ଚିଛ। ତେବେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୨୩୦ ଜଣ, ପୁରୀରୁ ୧୯୨ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୩ ଜଣ, ଗଂଜାମ ଜିଲ୍ଲାରୁ ୧୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ ଜଣ କେନ୍ଦୁଝର ଜିଲ୍ଲାରୁ ୭୬ ଜଣ, ବରଗଡ଼ ଜିଲ୍ଲାରୁ ୭୫ ଜଣ, ଯାଜପୁର ଜିଲ୍ଲାରୁ ୬୮ ଜଣ, କୋରାପୁଟ ଜିଲ୍ଲାରୁ ୬୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୪ ଜଣ, ସମ୍ବଲପୁର ଜିଲ୍ଲାରୁ ୬୨ ଜଣ, ଭଦ୍ରକ ଜିଲ୍ଲାରୁ ୫୪ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
68 from Koraput
64 from Jagatsinghpur
62 from Sambalpur
54 from Bhadrak
50 from Jharsuguda
45 from Nabarangpur
41 from Malkangiri
36 from Sonepur
35 from Dhenkanal
28 from Bolangir
28 from Kandhamal
25 from Nuapada
23 from Sundargarh
18 from Kalahandi
18 from Rayagada— H & FW Dept Odisha (@HFWOdisha) September 8, 2020
17 from Gajapati
15 from Kendrapara
12 from Nayagarh
9 from Anugul
7 from BoudhThe total recovered cases of Odisha now stand at 102185
— H & FW Dept Odisha (@HFWOdisha) September 8, 2020
ସେହିପରି ନବରଂଗପୁର ଜିଲ୍ଲାରୁ ୪୫ ଜଣ, ମାଲକାନଗିରି ଜିଲ୍ଲାରୁ ୪୧ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫ ଜଣ, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାରୁ ୨୮-୨୮ ଜଣ, ନୂଆପଡ଼ା ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ୧୮-୧୮ ଜଣ, ଗଜପତି ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ ଜଣ, ନୟାଗଡ଼ ଜିଲ୍ଲାରୁ ୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୯ ଜଣ ଓ ବୌଦ୍ଧ ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।