ଭୁବନେଶ୍ବରରେ ଆଉ ୩ଟି ସ୍ଥାନରେ ହେବ ଡ୍ରାଇଭ ଇନ୍‌ ଭ୍ୟାକ୍‌ସିନେସନ

କେନ୍ୟୁଜ୍(ବ୍ୟୁରୋ): ଏସପ୍ଲାନେଡ୍‌ ମଲ୍‌ ପରି ଆଉ ୩ଟି ସ୍ଥାନରେ ହେବ ଡ୍ରାଇଭ ଇନ୍‌ ଭ୍ୟାକ୍‌ସିନେସନ। ଏନେଇ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଉତ୍କଳ କନିକା ଗ୍ୟାଲେରିଆ, ସିମ୍ଫୋନି ମଲ ଏବଂ କିଟ୍‌ ୟୁନିଭର୍ସିିଟି କ୍ରିକେଟ ଷ୍ଟାଡିୟମରେ ହେବ ଡ୍ରାଇଭ ଇନ୍‌ ଭ୍ୟାକ୍‌ସିନେସନ ।  ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତି ଦ୍ୱିତୀୟ ଡୋଜ୍‌ ଟିକା ସ୍ଲଟ୍‌ ବୁକ୍‌ କରି ନେଇପାରିବେ। ଏନେଇ ବିଏମ୍‌ସି ଟ୍ଵିଟରରେ ଜଣାଇ ଦିଆଯିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଟିକା ଆସିଲେ ଘରୋଇ ହସ୍ପିଟାଲରେ ଟିକାଦାନ କରାଯିବ।

drive in

ରାଜଧାନୀର ଘରୋଇ ହସ୍ପିଟାଲରେ ଟିକାଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିଶନର। ପୂର୍ବରୁ ୩୧ଟି ଘରୋଇ ହସ୍ପିଟାଲକୁ ପ୍ରଥମ ଫେଜ୍‌ରେ ସିଲେକ୍ଟ କରାଯାଇଥିଲା। ଏଯାଏ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇନାହିଁ । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦେଢ ଲକ୍ଷ ଟିକା ଆସିଥିଲା। ବିଏମ୍‌ସି ପକ୍ଷରୁ ଆସନ୍ତା ୧୯ଯାଏ ସମସ୍ତ ସ୍ଲଟ୍‌ ବୁକିଂ ସରିଛି। ନୂଆ ଭ୍ୟାକ୍ସିନ ଆସିଲେ ଘରୋଇ ହସ୍ପିଟାଲକୁ ଦେବା ନେଇ ବ୍ୟବସ୍ଥା କରାଯିବ। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ଲକ୍ଷ ହିତାଧିକାରୀ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ନେଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.