ଆଜି ରାଜ୍ୟରେ ସୁସ୍ଥ ହେଲେ ୩୩୭୮ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କୋରୋନା ସ୍ଥିତି।  ପ୍ରତିଦିନ ହଜାର ହଜାର ଲୋକେ ସଂକ୍ରମିତ ହେବାରେ ଲାଗୁଛନ୍ତି । ଏହାର ଭିତରେ  କିଛି ଦିନ ହେବ କରୋନାର ସୁସ୍ଥ ସଂଖ୍ୟା ଟିକିଏ ଆଶ୍ବସ୍ତି ଦେଉଛି । ଆଜି ରାଜ୍ୟରେ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।


ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୮୯ ଜଣ, ପୁରୀ ଜିଲ୍ଲାରୁ ୨୦୦ ଜଣ, ଯାଜପୁର ଜିଲ୍ଲାରୁ ୧୭୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୧ ଜଣ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୭ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୧୩୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୩ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୨ ଜଣ ଓ ବରଗଡ଼ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି କୋରାପୁଟ ଜିଲ୍ଲାରୁ ୯୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୮୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ ଜଣ, ମାଲକାନଗିରି ଜିଲ୍ଲାରୁ ୬୩ ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ ଜଣ, ଭଦ୍ରକ ଜିଲ୍ଲାରୁ ୪୭ ଜଣ, ଅନୁଗୁଳ ଜିଲ୍ଲାରୁ ୪୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୪ ଜଣ, ଗଂଜାମ ଜିଲ୍ଲାରୁ ୪୨ ଜଣ, ନୟାଗଡ଼ରୁ ୩୬ ଜଣ, ଗଜପତି ଜିଲ୍ଲାରୁ ୩୧ ଜଣ, ବୌଦ୍ଧ ଜିଲ୍ଲାରୁ ୧୪ ଜଣ, ଦେବଗଡ଼ ଜିଲ୍ଲାରୁ ୭ ଜଣ ଓ ଷ୍ଟେଟପୁଲରୁ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ୧,୭୩,୫୭୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।