ରାଜ୍ୟରେ ଆଜି  ୩୯୨୨  କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୨,୦୯,୩୭୪ରେ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି  ୩୯୨୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର  ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  କ୍ବାରେଣ୍ଟାଇନରୁ ୨୩୦୯ ଓ ଲୋକାଲ କଣ୍ଟାକ୍ଟ  କେସରୁ ୧୬୧୩ ଜଣ। ଆଜିର ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ରେ ପହଞ୍ଚିଛି। ଏଥିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧,୭୦,୧୯୩ ଜଣ। ଆକ୍ଟିଭ କେସ ରହିଛି ୩୮,୩୩୧ । ତେବେ ନଜର ପକାନ୍ତୁ ଆଜି କେଉଁ ଜିଲ୍ଲା କେତେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୨୦୦, ବାଲେଶ୍ବରର ୭୨, ବାରଗଡର ୧୫୪,ଭଦ୍ରକର ୫୧,ବଲାଙ୍ଗିରର ୮୫, ବୌଦ୍ଧର ୪୮,କଟକର ୩୮୦,ଦେବଗଡର ୮,ଢେଙ୍କାନାଳର ୭୬,ଗଜପତିର ୨୨,ଗଞ୍ଜାମର ୩୯, ଜଗତସିଂହପୁରର ୧୨୩,ଯାଜପୁରର ୧୦୩,ଝାସସୁଗୁଡାର ୧୦୯,କଳାହାଣ୍ଡିର ୭୩,କନ୍ଧମାଳର ୬୨,କେନ୍ଦ୍ରାପଡାର ୧୦୭,କେନ୍ଦୁଝରର ୨୧୨,ଖୋର୍ଦ୍ଧାର ୮୧୮,କୋରାପୁଟର ୬୯ ,ମାଲକାନଗିରିର ୬୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜର ୧୪୯, ନବରଙ୍ଗପୁରର ୪୦,ନୟାଗଡର ୪୮,ନୂଆପଡାର ୧୧୪,ପୁରୀର ୧୮୪,ରାୟଗଡାର ୪୮,ସମ୍ବଲପୁରର ୧୧୭,ସୋନୁପରର ୨୫,ସୁନ୍ଦରଗଡର ୧୦୩ ଓ ଷ୍ଟେଟପୁଲର ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ