ଆଜି କରୋନାରୁ  ସୁସ୍ଥ ହେଲେ ଆଉ ୪୦୧୪ ଆକ୍ରାନ୍ତ,ଖୋର୍ଦ୍ଧାରୁ ସର୍ବାଧିକ ୫୪୫ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି କରୋନାରୁ  ସୁସ୍ଥ ହେଲେ ଆଉ ୪୦୧୪ ଆକ୍ରାନ୍ତ। ଲଗାତର ଭଳି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ। ସେହିଭଳି ଆଜି କଟକରୁ ୪୦୪ ଜଣ, ପୁରୀରୁ ୨୯୮ ଜଣ,ଜଗତସିଂହୁପରରରୁ ୨୧୨ ଜଣ, ଯାଜପୁରର ୧୬୭ ଜଣ, ମୟୂରଭଞ୍ଜର ୧୫୯ ଜଣ,ସମ୍ବଲପୁରର ୧୫୭ ଜଣ,ଅନୁଗୁଳର ୧୪୩ ଜଣ, ବାଲେଶ୍ବରରୁ ୧୩୧, କନ୍ଧମାଳର ୧୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡାର ୧୨୪ ଜଣ କେନ୍ଦ୍ରୋପଡାର ୧୧୯ ଜଣ,ବରଗଡର ୧୧୩ ଜଣ,ବୌଦ୍ଧର ୧୧୩ ଜଣ, କଳାହାଣ୍ଡିର ୯୦ ଜଣ,ଢେଙ୍କାନାଳର ୮୬ ଜଣ,ନବରଙ୍ଗପୁରର ୮୬ ଜଣ,କୋରାପୁଟର ୮୧ ଜଣ,ନୂଆପଡାର ୮୦ ଜଣ,ସୋନପୁରର ୭୮ ଜଣ, ବଲାଙ୍ଗିରର ୭୫ ଜଣ,ଭଦ୍ରକର ୭୩ ଜଣ, କେନ୍ଦୁଝରର ୭୩ ଜଣ,ସୁନ୍ଦରଗଡର ୬୮ ଜଣ,ମାଲକାନଗିରିର ୫୩ ଜଣ,ନୟାଗଡର ୪୨ ଜଣ ଗଞ୍ଜାମର ୪୧ ଜଣ,ରାୟଗଡାର ୪୧ ଜଣ,ଗଜପତିର ୩୧ ଜଣ,ଦେବଗଡର ୧୨ ଜଣ, ଷ୍ଟେଟପୁଲରୁ ୧୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୭୭,୫୮୫ରେ ପହଞ୍ଚିଛି।