ସୁସ୍ଥ ତାଲିକାରେ ଆଜି ଯୋଡି ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ

କେନ୍ୟଜୁ(ବ୍ୟୁରୋ):  ସୁସ୍ଥ ତାଲିକାରେ ଆଜି ଯୋଡି ହେଲେ ଆଉ ୪୪୦ ଆକ୍ରାନ୍ତ। ସର୍ବାଧିକ ୮୩ ଆକ୍ରାନ୍ତ ଖୋର୍ଦ୍ଧାରୁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜ ୨୦, କୋରାପୁଟରୁ ୧୮ ପୁରୀରୁ ୧୭ ଝାରସୁଗୁଡା,କେନ୍ଦୁଝର,ନବରଙ୍ଗପୁରରୁ ୧୨ ଲେଖାଏ ସୁସ୍ଥ । କଟକରୁ ୧୧, ବରଗଡରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର ଓ ଅନୁଗୁଳରୁ ୯ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୬ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ବଲାଙ୍ଗିରରୁ ୫, ସମ୍ବଲପୁରରୁ ୫,ନୟାଗଡର ୪ ଜଣ କରୋନାରେ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୩୭୪୯ରେ ପହଞ୍ଚିଛି।

କହିରଖୁଛୁ ଯେ ଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୭୨୧ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ମୋଟ୍ ପଜିଟିଭଙ୍କ ସଂଖ୍ଯା ୧୯୮୩୫କୁ ବୃଦ୍ଧି।

୧୦୭୮ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ,ଖୋର୍ଦ୍ଧାରୁ ୧୨୧, ଅନୁଗୁଳରୁ ୧, ବାଲେଶ୍ବରରୁ ୧୦, ବରଗଡରୁ ୨୬,ଭଦ୍ରକରୁ ୧, ବଲାଙ୍ଗିରିରୁ ୬, ବୌଦ୍ଧରୁ ୩, କଟକରୁ ୫୭, ଢେଙ୍କାନାଳରୁ ୨, ଗଜପତିରୁ ୨୪, ଜଗତସିଂହପୁରରୁ ୩୫, ଯାଜପୁରରୁ ୨୦, ଝାରସୁଗୁଡାରୁ ୩୪,କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୨୪, କେନ୍ଦୁଝରରୁ ୧୬, କୋରାପୁଟ ୧୫, ମାଲକାନଗିରିରୁ ୬୬ ଓ ମୟୁରଭଞ୍ଜରୁ ୧୩ ପଜିଟିଭ୍ ଚହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.