କେନ୍ୟୁଜ୍(ବ୍ୟୁରୋ): ହୀରାକୁଦ ଡ୍ୟାମ୍ର ଆଉ ୨ ଗେଟ୍ ଖୋଲିଲା। ୪୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବାମରୁ ୨୯ ଓ ଡାହାଣରୁ ୧୫ଟି ଗେଟ୍ ଖୋଲା ରହିଛି। ବର୍ତ୍ତମାନ ଡ୍ୟାମ୍ର ଜଳସ୍ତର ୬୨୬.୭୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୮ଲକ୍ଷ ୭୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୭ଲକ୍ଷ ୨୫ ହଜାର କ୍ୟୁସେକ୍ ଜଳ। ସେପଟେ ସମ୍ବଲପୁର ସହରରେ ପଶିଛି ମହାନଦୀ ପାଣି। ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି ଚାଲୁଛି।
ସହରର ଅନେକ ସ୍ଥାନରେ ବନ୍ୟା ଜଳ ପଶିଯାଇଛି। ଚନ୍ଦନନଗର, ଚାରଭାଟି , ଗୋବିନ୍ଦତାଲା, ବିନାଖଣ୍ଡି ଭଳି କିଛି ଅଞ୍ଚଳରେ ବନ୍ୟା ଜଳ ପଶିଯାଇଛି। ମହାନଦୀର ଜଳସ୍ତର ବଢିବା ଫଳରେ ସହରର ତଳି ଅଞ୍ଚଳ ଗୁଡ଼ିକୁ ମହାନଦୀ ବନ୍ୟା ଜଳ ପଶିଯାଇ ଲୋକଙ୍କ ଅନେକ କ୍ଷୟକ୍ଷତି କରିଛି। ସହରରୁ ପାଣି ବାହାର କରିବା ପାଇଁ ବିଭିନ୍ନ ସ୍ଥାନରେ ପାଣି ପମ୍ଫ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ସେପଟେ ପାଣଇ ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଇଛି।
ଏବେ ନଜର ପକାନ୍ତୁ ହୀରାକୁଦରେ କେଉଁ ବର୍ଷ କେତେ ଗେଟ ଖୋଲାହୋଇଥିଲା
୨୦୦୮ରେ ୪୮ଟି ଗେଟ ଖୋଲା ହୋଇଥିଲା। ଏଥିରୁ ୭,୯୧,୦୦୦ କ୍ୟୁସେକ ଜଳ ନିଷ୍କାସନ ହୋଇଥିଲା
୨୦୧୧ରେ ୫୯ ଗେଟ ଖୋଲା ହୋଇଥିଲା। ସେଥିରୁ ୯,୮୧,୦୦୦ କ୍ୟୁସେକ ଜଳ ନିଷ୍କାସନ ହୋଇଥିଲା।
୨୦୧୪ରେ ୫୦ଟି ଗେଟ ଖୋଲା ହୋଇଥିଲା। ଡ୍ୟାମରୁ ୮,୩୪,୦୦୦ କ୍ୟୁସେକ ଜଳ ନିଷ୍କାସନ ହୋଇଥିଲା।
ଚଳିତ ବର୍ଷ ୪୬ଟି ଗେଟ ଖୋଲା ଯାଇଛି। ଓ ଡ୍ୟାମରୁ ୭,୬୨,୦୦୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।