ରାଜ୍ୟରେ ପୁଣି କରୋନାର ବଡ ଲମ୍ଫ: ୨୪ ଘଣ୍ଟାରେ ଆଉ ୪୭୧୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍):ପୁଣି ଚିନ୍ତା ବଢାଇଲା କରୋନା । ରାଜ୍ୟରେ ପୁଣି କରୋନାର ବଡ ଲମ୍ଫ । ଗତ ୨୪ଘଣ୍ଟାରେ ଆଉ ୪୭୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୬୧୯ ନୂଆ କେସ ରହିଛି। ସୁନ୍ଦରଗଡରୁ ୬୬୨, ସମ୍ବଲପୁରରୁ ୪୩୭ , କଟକରୁ ୩୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୧୬ହଜାର ୧୧୭। ସେହିଭଳି ଟେଷ୍ଟି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୭୦ହଜାର ୨୦୦ ଟେଷ୍ଟ କରାଯାଇଛି। ପଜିଟିଭିଟି ରେଟ୍ ରହିଛି ୬.୭୧ ପ୍ରତିଶତ।