ବାଲେଶ୍ବରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ବ୍ୟାନ୍, ୨୨ ଯାଏଁ ଜାରି ରହିବ କଟକଣା

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବର ସହରରେ ଆଉ ୪୮ ଘଣ୍ଟା ପାଇଁ ବଢ଼ିଲା ସୋସିଆଲ ମିଡିଆ ବ୍ୟାନ୍ ।  ହ୍ବାଟସ ଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ, ସ୍ନାପ୍ ଚାଟ୍ ଏବଂ ଅନ୍ୟ ସୋସିଆଲ ମିଡିଆ ସେବା ଉପରେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ କଟକଣା ବଢ଼ାଯାଇଛି । ସେହିପରି ମୋବାଇଲ ଇଣ୍ଟରନେଟ୍, ଡାଟା ସେବା, ବ୍ରଡ୍ ବ୍ୟାଣ୍ଡ ଉପରେ କଟକଣାକୁ ବି ଆଉ ୪୮ ଘଣ୍ଟା ପାଇଁ ବଢ଼ାଯାଇଛି । ତେବେ ଜରୁରୀ ସେବା ପାଇଁ ବାଲେଶ୍ବର ପୌରପାଳିକା ଅଞ୍ଚଳରେ ଇଣ୍ଟରନେଟ ଲିଜ ଲାଇନ ଖୋଲା ରହିବ। ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଧୀରେ ଧୀରେ ବାଲେଶ୍ବର ସ୍ଥିତି ସୁଧୁରୁଛି ।

ଗତକାଲି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା ପରେ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଧି ବଢ଼ାଇ ଦିଆଯାଇଛି । ତେବେ ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ ସାମାନ୍ୟ କୋହଳ କରାଜିଥିଲା । ୪ ଘଣ୍ଟା କୋହଳ ହୋଇଥିଲା କର୍ଫ୍ୟୁ। ସାଧାକଣ ଲୋକ ଜରୁରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିଥିଲେ। ଜରୁରୀ କାଳୀନ ସେବା ପାଇଁ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିଛି । ପରେ ପୁଣି କଟକଲା ଲାଗୁ ହୋଇଛି। ଏପଟେ ଗୋଷ୍ଠୀ ସଂଘର୍ଷ ପରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।

 

 

Leave A Reply

Your email address will not be published.