ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୯ରେ ପହଞ୍ଚିଲା ପଜିଟିଭ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରେ ୪, ଭଦ୍ରକରେ ୨ କରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୬୯ରେ ପହଞ୍ଚିଲା ।  ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରରେ ପଜିଟିଭ ସଂଖ୍ୟା ୫୨କୁ ବୃଦ୍ଧି ।  ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଲା । ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିଲେବି ୧୦୮ ଆକ୍ଟିଭ୍ କେଶ ରହିଛି।ଯାଜପୁରରେ ରାଜ୍ୟର ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଏଠାରେ ୫୧ ଆକ୍ଟିଭ କେସ ରହିଥିବା ବେଳେ ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଭଦ୍ରକରେ ୧୨ ଆକ୍ଟିଭ କେସ ରହିଛି। ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଦେଲା ତଥ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.