ଆଜି ପୁଣି ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୪୧୫ ଓ ଲୋକାଲରୁ ୨୦୧ କେସ୍

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ଆଉ ନୂଆ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୪୧୫ ଓ ୨୦୧ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳର ୭, ବାଲେଶ୍ବରର ୨୭, ବରଗଡର ୩୧, ଭଦ୍ରକର ୨, ବଲାଙ୍ଗିରର ୨, କଟକର ୨୩, ଢେଙ୍କାନାଳର ୭, ଗଜପତିର ୧, ଗଞ୍ଜାମର ୨୮୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ଝାରସୁଗୁଡାରୁ ୧୧, କନ୍ଧମାଳରୁ ୬ କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୨୩, ଖୋର୍ଦ୍ଧା ୨୯, କୋରାପୁଟ ୫୦, ମାଲକାନଗିରି ୧୪, ମୟୂରଭଞ୍ଜ ୧୩, ନବରଙ୍ଗପୁର ୪୦, ନୂଆପଡା ୫, ପୁରୀରୁ ୧, ସୁନ୍ଦରଗଡରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ ଓଡିଶାରେ ପଜିଟିଭ ସଂଖ୍ୟା  ୧୩୭୩୭ରେ ପହଞ୍ଚିଛି। ଏଥିରୁ ସୁସ୍ଥ ହୋଇଛନ୍ତି ୮୭୫୦ ଜଣ । ଆକ୍ଟିଭ କେସ୍ ରହିଛି ୪୮୯୬।

ସେପଟେ ରାଜ୍ଯରେ ଆଜି ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ଭିତରୁ ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି।

ଏହାସହ ରାଜ୍ଯରେ ଆଉ ୬୧୬ଜଣ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଛି। ତେବେ ଏମାନଙ୍କ ଭିତରୁ ୪,୮୯୬ଜଣ ଚିକିତ୍ସାଧୀନ ଥିବାବେଳେ, ସମୁଦାୟ ୮,୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.