ରାଜ୍ଯରେ ପୁଣି ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ପୁଣି ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ। ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ରହିଛି ୫୬୮ । ତେବେ ୬୫ ନୂଆ କରୋନା ପଜିଟିଭଙ୍କ ଭିତରୁ ୬୨ଜଣ କ୍ବାରେଣ୍ଟାଇନରେ ରହିଥିବାବେଳେ ଏବଂ ଅନ୍ଯ ୩ଜଣ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ ।

corona positive-ତେବେ ଗତକାଲି ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ଭିତରୁ ବାଲେଶ୍ୱରରେ ୧୨, ଗଞ୍ଜାମରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡ଼ରୁ ୩, ଯାଜପୁରରୁ ୨, କଟକରୁ ଜଣେ ଓ ଦେବଗଡ଼ରୁ ଜଣେ ପଜିଟିଭ୍‌ ଥିଲେ । ସୂଚନା ଥାଉକି ଏଯାଏଁ  ରାଜ୍ୟରେ ୧୬୬ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ।

 

Leave A Reply

Your email address will not be published.