ଆଜି ୬୫୨ କରୋନା ପଜିଟିଭ୍‌ ଚିହ୍ନଟ, ୭ ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୨୪ ଘଣ୍ଟାରେ ୬୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ହାର ରହିଛି ୦.୯୭ ପ୍ରତିଶତ । ୬୫୨ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୯୨ ଜଣ । ଆଜି ଖୋର୍ଦ୍ଧାରୁ ୩୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ । କ୍ବାରାଣ୍ଟାଇନରୁ ୩୮୦ ଜଣ ଚିହ୍ନଟ ହୋଇଥିବାବେଳେ ୨୭୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ୨୪ ଘଣ୍ଟାରେ ୬୬ ହଜାର ୬୪୩ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ରହିଛି ୫ ହଜାର ୮୩ ।

ଆଜି ଆକ୍ରାନ୍ତ ହୋଇଥିବା ୬୫୨ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୭ ଜଣ, କଟକରୁ ୭୦ ଜଣ,  ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତି ଓ ଗଞ୍ଜାମରୁ ୬ ଜଣ ଲେଖାଏଁ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୧୦ ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୨୬ ଜଣ, କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୨୯ ଜଣ, ନୟାଗଡ଼ରୁ ୬ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୯ ଜଣ, ନୟାଗଡ଼ରୁ ୬ ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୦ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୫ ଜଣ ଓ ଷ୍ଟେଟ ପୁଲରୁ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୩୧,୬୯୬ ଜଣ ପଜିଟିଭ ଚିହ୍ନଟ ହେଲେଣି । ଏମାନଙ୍କ ଭିତରୁ ୧୦,୧୮,୩୧୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା  ୫୦୮୩  ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.