ରାଉରକେଲା ରେଳବାଇ କଲୋନୀ ଗୁଳିକାଣ୍ଡ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ରାଉରକେଲା:ରାଉରକେଲା ରେଳବାଇ କଲୋନୀ ଗୁଳିକାଣ୍ଡ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମହମ୍ମଦ ଶାହବାଜକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଛି ରାଉରକେଲା ପୋଲିସ। ପୂର୍ବରୁ ଏଫଆଇଆରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
୧୦ତାରିଖ ସଂଧ୍ୟାରେ ରେଳବାଇ କଲୋନୀରେ ଜିତେନ୍ଦ୍ର ଶାହାଙ୍କ ଉପରକୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହା ସହ ସେଠାରେ ଉପସ୍ଥିତ ଅନ୍ୟ ଜଣେ ମହିଳାଙ୍କ ଉପରେ ମଧ୍ୟ ଗୁଳି ବାଜିଥିଲା। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି ମୁକେଶ ଭାମୁ କହିଛନ୍ତି। ଘଟଣାର ପରଦିନ ଅନ୍ୟତମ ଅଭିଯୁକ୍ତ ଅମୀର ଖାନକୁ ଗିରଫ କରାଯାଇଥିଲା। ତା ଠାରୁ ଏକ ଦେଶୀ ପିସ୍ତଲ ଓ ଗୁଳି ଜବତ ହୋଇଥିଲା।