ମାହାଙ୍ଗା ଡବଲ ମର୍ଡର ମାମଲା: ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ, ଗିରଫଦାରୀ ସଂଖ୍ଯା ୬କୁ ବୃଦ୍ଧି

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଚୈତନ୍ୟ ସେଠୀ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିଲା ପୋଲିସ। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଘଟଣାସ୍ଥଳରୁ ଜବତ କରାଯାଇଥିଲା ।

ଦୁଇଟି ବାଇକ୍‌ ଓ ୪ଟି ମୋବାଇଲ୍‌ ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିଥିଲା ପୋଲିସ । ଶନିବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ମାହାଙ୍ଗା ଥାନାରେ ୧୨ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣିଙ୍କ ପୁଅ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଥିଲା ୫ଟି ସ୍ୱତନ୍ତ୍ର ଟିମ୍‌ ।

Leave A Reply

Your email address will not be published.