ମାହାଙ୍ଗା ଡବଲ ମର୍ଡର ମାମଲା, ଆଉ ଜଣେ ଅଭିଯୁକ୍ତ ଭୁବନେଶ୍ୱରୁ ଗିରଫ
ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଭୁବନେଶ୍ୱରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କୈଳାସ ଖଟୁଆ । ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ବାନ୍ଧିଲାଣି ପୋଲିସ । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ପି.କେ ଜେନା ସୂଚନା ଦେଇଛନ୍ତି । ଆଜି ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।
ଗତକାଲି ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଘଟଣାସ୍ଥଳରୁ ଜବତ କରାଯାଇଥିଲା । ଦୁଇଟି ବାଇକ୍ ଓ ୪ଟି ମୋବାଇଲ୍ ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ ।
ଶନିବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ମାହାଙ୍ଗା ଥାନାରେ ୧୨ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣିଙ୍କ ପୁଅ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଥିଲା ୫ଟି ସ୍ୱତନ୍ତ୍ର ଟିମ୍ ।