ଧୂର୍ତ୍ତ ତାନ୍ତ୍ରିକ ମୌଲାନାର ଠକେଇ ନମ୍ବର ୪: ଘରୁ ହୀରା ବାହାର କରାଇଦେବାକୁ କହି ଠକିଥିଲା ୧୦ ଲକ୍ଷ ଟଙ୍କା

ଭାଣପୁର ଅଞ୍ଚଳର ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇଁ ଅଭିଯୁକ୍ତର ସହଯୋଗ ଲୋଡିଥିଲେ ମହିଳା । ମହିଳାଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ଘରେ ଗୁପ୍ତ ଧନ ଲୁଚି ରହିଛି, ସେଥିପାଇଁ ଅଶାନ୍ତି ଲାଗି ରହିଥିବା ମହିଳାଙ୍କୁ କହିଥିଲା ତାନ୍ତ୍ରିକ ।

କଟକ (କେନ୍ୟୁଜ): କଟକରେ ଧୂର୍ତ୍ତ ତାନ୍ତ୍ରିକର ଠକେଇ ନମ୍ବର ୪ । ଦିନ ବଢ଼ିବା ସହ ନୂଆ ନୂଆ ଠକେଇର ତାଲିକା ଲମ୍ବୁଛି । କଟକ ସଦର ଥାନାରେ ରୁଜୁ ହେଲା ଠକ ତାନ୍ତ୍ରିକ କୈଫି ଖାନ ବିରୋଧରେ ଆଉ ଏକ ମାମଲା । ଭାଣପୁର ଅଞ୍ଚଳର ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇଁ ଅଭିଯୁକ୍ତର ସହଯୋଗ ଲୋଡିଥିଲେ ମହିଳା । ମହିଳାଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ଘରେ ଗୁପ୍ତ ଧନ ଲୁଚି ରହିଛି, ସେଥିପାଇଁ ଅଶାନ୍ତି ଲାଗି ରହିଥିବା ମହିଳାଙ୍କୁ କହିଥିଲା ତାନ୍ତ୍ରିକ । ନକଲି ହୀରା ବାହାର କରିଥିଲା ଅଭିଯୁକ୍ତ । ହୀରାର ଶୁଦ୍ଧି କରଣ ପାଇଁ ୩୦ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲା ଅଭିଯୁକ୍ତ ।

ଆଇପିସିର ଦଫା ୪୨୦ ଏବଂ ୫୦୬ ଆଧାରରେ ମାମଲା ରୁଜୁ କଲା ସଦର ଥାନା ପୋଲିସ । ପୂର୍ବରୁ କୈଫି ଖାନ ବିରୋଧରେ ତିନିଟି ଅଭିଯୋଗ ହୋଇଥିଲା । ୬୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କୈଫିକୁ ଗିରଫ କରିଥିଲା ପୋଲିସ । ଏହାପରେ ଭଦ୍ରକର ଜଣେ ବ୍ୟକ୍ତି ଓ କଟକ ସଁପୁର ଅଞ୍ଚଳର ଜଣେ ମହିଳାଙ୍କୁ ମୁଲାନା କୈଫି ଖାନ୍‌ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ଠକେଇ ପଛରେ ଆହୁରି ଅନେକ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ଜଣାପଡୁଛି । ଗିରଫ ଅଭିଯୁକ୍ତର ଆକାଉଣ୍ଟର ଯାଞ୍ଚ କରାଯାଉଛି । ଆବଶ୍ୟକ ପଡ଼ିଲେ ଆକାଉଣ୍ଟ ଫ୍ରିଜ କରାଯିବ । ଆର୍ଥିକ ତଦନ୍ତ ପାଇଁ ଅନ୍ୟ ତଦନ୍ତକାରୀ ଏଜେନ୍ସିର ସାହାଯ୍ୟ ନିଆଯିବ । ଅଭିଯୁକ୍ତର ଗ୍ୟାଙ୍ଗଷ୍ଟ୍ମର ଲିଙ୍କ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ମଧ୍ୟ ପୋଲିସ ଅନୁଧ୍ୟାନ କରୁଛି ।

Leave A Reply

Your email address will not be published.