ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଉ ଜଣେ ଗିରଫ, ତୁଲାଇଥିଲେ ମଧ୍ୟସ୍ଥ ଭୂମିକା

କେନ୍ୟୁଜ୍(ବ୍ୟୁରୋ):ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଆଜି ଆଉ ଜଣେ ଗିରଫ। କେସିଟିର ଦେବପ୍ରିୟ ମହାନ୍ତିଙ୍କୁ ଗିରଫ କଲା ସିବିଆଇ। ଏଫଆଇଆରରେ ଅଭିଯୁକ୍ତ ଭାବେ ତାଙ୍କ ନାଁ ଥିଲା। ସେ ଲାଞ୍ଚ କାରବାରରେ ମଧ୍ୟସ୍ଥ ଭୂମିକା ତୁଲାଇଥିଲେ। ଏହାକୁ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏପଟେ ରିମାଣ୍ଡରେ ଥିବା ୬ ଅଭିଯୁକ୍ତଙ୍କୁ ଦିଲ୍ଲୀ ନେଲା ସିବିଆଇ। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ନେଇଛି । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ସମେତ ଅନ୍ୟ ୫ଜଣଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଥିଲା ସିବିଆଇ।

ଲାଞ୍ଚ କାରବାର ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଡାରରେ ଆଉ କିଛି ଅଛନ୍ତି । ଗତକାଲି ରାତିରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଜଣେ କର୍ମଚାରୀ ତୌସିଫ ହୁସେନ ସିବିଆଇରେ ହାଜର ହୋଇଥିଲେ । ତାଙ୍କୁ ପଚରାଉଚରା ପରେ ସିଆରପିସିର ଧାରା 41-A ରେ ନୋଟିସ କରି ଛାଡିଛି ସିବିଆଇ। ଏଫଆଇଆର ଉଲ୍ଲେଖ ରହିଛି ଯେ, ଲାଞ୍ଚ ଟଙ୍କା ପାଇଁ OSLର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ ମଧ୍ୟସ୍ଥ ସୁମନ୍ତଙ୍କୁ ତୌସିଫଙ୍କ ସହ ଭେଟିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ-OSLର ପଣ୍ୟ ଅନଲୋଡିଂ ବେଳେ ପାରାଦୀପ ପୋର୍ଟର କନଭେୟର ବେଲ୍‌ଟର କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମରାମତି ପାଇଁ ହୋଇଥିବା ଲାଞ୍ଚ କାରବାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.