ବହୁ ଚର୍ଚ୍ଚିତ ସାରୁଅ ଜମି କେଳେଙ୍କରୀ ମାମଲା, ପୁଣି ଓଟିଭିର ଜଣେ କର୍ମଚାରୀ ଗିରଫ

ଖୋର୍ଦ୍ଧା: ବହୁ ଚର୍ଚ୍ଚିତ ସାରୁଅ ଜମି କେଳେଙ୍କରୀ ମାମଲା । ପୁଣି ଜଣେ ଓଟିଭି କର୍ମଚାରୀ ଗିରଫ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସାଇଟ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି ପୋଲିସ୍‌ ଖୋର୍ଦ୍ଧା ବାଘାମାରୀ ପୋଲିସ୍‌ ।

ସାରୁଅ ଜମି ମାମଲା ସର୍ମ୍ପକିତ ଏକ ପୁରୁଣା ମାମଲାରେ ପୋଲିସ୍‌ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ଆଜି ଭୋର ସମୟରେ ଅନିରୁଦ୍ଧ ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓରେ ଆତ୍ମଗୋପନ କରିଥିବା ଖବର ପାଇବା ପରେ ପୋଲିସ୍‌ ଅତର୍କିତ ଚଢଉ କରିଥିଲା । ଆଜି ଅନିରୁଦ୍ଧଙ୍କୁ କୋର୍ଟ ଚାଲାଣ କରାଯିବ । ଅନିରୁଦ୍ଧଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ୪୪୭, ୨୯୪, ୩୪ ଧାରା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.