ପୁଣି ଜୀବନ ହାରିଲେ ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ଗୋଠପାଟଣା ସ୍ଥିତ ଏକ ଘରୋଇ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା। ଛାତ୍ର ଜଣଙ୍କ ନା ସୂର୍ଯ୍ୟ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଭାବେ ଅଧ୍ଯୟନ କରୁଥିଲେ । ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଇନ୍ ଫୋ ଭ୍ୟାଲି ଥାନାରେ ଏନେଇ ହତ୍ୟା ସନ୍ଦେହ କରି ଏତଲା ଦେଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତଦେହକୁ କଲେଜ କତୃପକ୍ଷ ଏମ୍ସ ନେଇଥିବା ଅଭିଯୋଗ ହୋଇଛି । ତେବେ କଲେଜକୁ  ସାଇଣ୍ଟିପିକ ଟିମ୍ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.