ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲା ଆଉ ଏକ କୃଷ୍ଣସାର ମୃଗ, ଆହୁରି ୪ ଟି ପଠାଯିବ

ଭଂଜନଗର : ଚତୁର୍ଥ ପାଳିରେ ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲା, ଆଉ ଏକ କୃଷ୍ଣସାର ମୃଗ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳରୁ ଗୋଟିଏ ମାଈ କୃଷ୍ଣସାର ମୃଗକୁ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଟି ମୃଗ ପଠାଯାଇଥିବା ବେଳେ, ସେଥିରୁ ଗୋଟିଏ ଅଣ୍ଡିରା କୃଷ୍ଣସାର ରହିଛି । ଆହୁରି ୪ ଟି ପଠାଯିବାର ବ୍ୟବସ୍ଥା ରହିଛି । ଏଥିପାଇଁ ବନାଞ୍ଚଳର ନୂଆଁସରପଲ୍ଲୀ ଗାଁ ନିକଟରେ ସ୍ବତନ୍ତ୍ର ଭାବେ ଉଦ୍ଧାର କେନ୍ଦ୍ର କରାଯାଇଛି । ୨୦୧୨ – ୧୩ ପରଠାରୁ ବାଲୁଖଣ୍ଡରେ ଏମାନଙ୍କ ସଂଖ୍ୟା ଶୂନ୍ୟ ହୋଇଯିବାରୁ, ସେଠାରେ ପୁଣି ବଂଶବିସ୍ତାର କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ, ଉତ୍ତର ଘୁମୁସର ବନଖଣ୍ଡରୁ କୃଷ୍ଣସାର ମୃଗଙ୍କୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।