ଦାନା ବାନ୍ଧୁଛି ଆଉ ସାଇକ୍ଲୋନ “ଟକଟେ”, ସପ୍ତାହ ଶେଷ ଆଡକୁ ବାତ୍ୟାର ରୂପ ନେବ

ଭୁବନେଶ୍ୱର(କେ ନ୍ୟୁଜ): ଆରବ ସାଗରରେ ବାତ୍ୟା ସମ୍ଭାବନା । ୧୬ ତାରିଖ ବେଳକୁ ଦାନା ବାନ୍ଧିବା ନେଇ ଆଶଙ୍କା କରାଯାଉଛି । ଆସନ୍ତା ୧୪ ତାରିଖରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଗୋଟିଏ ଲଘୁଚାପ ବଳୟ ସୃଷ୍ଟି ହେବ । ପରେ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସମ୍ଭାବ୍ୟ ବାତ୍ୟାର ଗତିବିଧି ଓ ପ୍ରଭାବ ନେଇ ଏବେ କୌଣସି ବିସ୍ତୃତ ସୂଚନା ମିଳି ନାହିଁ । ସେପଟେ ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ଓ୍ଵଦର ବି ଆରବ ସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛି ।

cyclone takte

ଲଘୁଚାପ ବଳୟ ଏହା ଧୀରେ ଧୀରେ ଡିପ୍ରେସନର ରୂପ ନେଇ ଚଳିଚ ସପ୍ତାହ ଶେଷ ଆଡକୁ ବାତ୍ୟାର ରୂପ ନେବ । ତେବେ ଏହାର ଗତିବିଧି କୁଆଡ଼େ ରହିବ ସେନେଇ ଆକ୍ୟୁ ୱେଦର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ୟେମେନ୍‌ ଏବଂ ଓମାନରୁ ପାକିସ୍ତାନ ଅଭିମୁଖେ ଗତି କରିପାରେ ବୋଲି ଅନୁମାନ କରିଛି ଆକ୍ୟୁୱେଦର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.