ସମ୍ବଲପୁରରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀର ବାମ ଗୋଡ଼ରେ ବାଜିଛି ଗୁଳି

ସମ୍ବଲପୁର: ସମ୍ବଲପୁରରେ ପୁଣି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଗୁଳି । ଭୋର ପ୍ରାୟ ୫ଟା ୧୫ରେ ରଙ୍ଗିଆଟିକ୍ରା ଗୋବିନ୍ଦପୁରରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଅପରାଧୀ । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ସୀତାରାମ । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା ।  ତା ବାମ ଗୋଡ଼ରେ ଗୁଳି ବାଜିଛି । ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ତା ନିକଟରୁ ଗୋଟି ଦେଶୀ ପିସ୍ତଲ, ଗୁଳି, ବାଇକ ଓ ୧ ଲକ୍ଷ ଟଙ୍କା ଜବତ ହୋଇଛି । ସୀତାରାମ ନାଁରେ ୨୫ରୁ ଅଧିକ ଅପରାଧିକ ମାମଲା ରହିଛି ।  ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମାମଲା ରହିଥିବା ସମ୍ବଲପୁର ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି ।

ସେହିପରି ଗତକାଲି ଝାରସୁଗୁଡାରେ ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍ କାଉଣ୍ଟର ହୋଇଥିଲା । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ । ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ : ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ହସ୍ପିଟାଲରେ ଭର୍ତ୍ତି