ଫସଲହାନି ଯୋଗୁଁ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର  : ଫସଲହାନି ଯୋଗୁଁ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଲଗାଣ ବର୍ଷାରେ ଫସଲହାନୀ ଘଟଣାରେ ପଶ୍ଚିମ ଓଡ଼ିଶାରୁ ଆସିଛି ପ୍ରଥମ ଚାଷୀ ଆତ୍ମହତ୍ୟା ଅଭିଯୋଗ l ସମ୍ବଲପୁର ଜିଲ୍ଲାର ବୈରାଗୀ ପାଲିର ଚାଷୀ ରତ୍ନାକର ଭୋଇ ବିଷପିଇ ଆତ୍ମହତ୍ୟା କରିଥଇବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଫସଲ ନଷ୍ଟ ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସେ ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ। ୧୫୦ ବସ୍ତା ଧାନ ଜାଗାରେ ମାତ୍ର ୫୦ ବସ୍ତା ଅମଳ ହୋଇଥିଲା ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।