କିଛି ବି କରି ଛାଡପତ୍ର କରାଇଦିଅ….ଜବତ ହେଲା ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି

ପାରଳାଖେମୁଣ୍ଡି (କେନ୍ଯୁଜ୍): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ପୁଣି ଟ୍ଵିଷ୍ଟ । ଜବତ ହେଲା ପତ୍ନୀ ବିଦ୍ୟା ଭାରତୀଙ୍କ ଆଉ ଏକ ଘୃଣାପୂର୍ଣ୍ଣ ହାତ ଲେଖା ଚିଠି । ଯେଉଁଥିରେ ଲେଖାହୋଇଛି ଭଗବାନ ଶତ୍ରୁକୁ ବି ଏମିତି ଲୋକ ନ ଦିଅନ୍ତୁ। ଏତେ ଦୁଃଖରେ କହିଲି ତଥାପି ମୋ ଆଖି ଲୁହ ଦେଖା ଗଲାନି। କିଛି ବି କରି ଛାଡପତ୍ର କରାଇ ଦେବାକୁ ସେ ଭଗବାନଙ୍କୁ ଅନୁରୋଧ କରିଛନ୍ତି।

ଭଗବାନଙ୍କ ପାଖରେ ସାରା ଜୀବନ ଋଣୀ ହୋଇ ରହିବି। ସାରା ଜୀବନ ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି ବୋଲି ଲେଖିଛନ୍ତି ବିଦ୍ୟାଭାରତୀ। ଏତେ ଦୁଃଖରେ କହିଲି ଆଖି ଲୁହ ବି ଦେଖା ଗଲାନି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଚିଠି ସୌମ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ କି ବିଦ୍ୟାଭାରତୀ? ଚିଠିରେ କାହା ନାଁ ଲେଖାଯାଇନି ।

ଚିଠିଟି ବିଦ୍ୟା ଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରାଯାଉଛି। ସୂଚନା ଥାଉ କି ଏହା ପୂର୍ବରୁ ପ୍ରକାଶ ହୋଇଥିବା ଏକ ଚିଠିକୁ ନେଇ ବିଦ୍ୟା କହିଛନ୍ତି କି ମନ ଅତ୍ୟନ୍ତ ଦୁଃଖ ଥିବା ବେଳେ ସେ ଏମିତି କିଛି ଲେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.