ରାଜ୍ୟ

ରେକର୍ଡ ଭାଙ୍ଗିଲା ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ଓ ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  କରୋନାରୁ ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୭୦୦, ଖୋର୍ଦ୍ଧାର ୨୦୨, କଟକରେ ୧୪୭, ଗଜପତିର ୧୩୬, ଢେଙ୍କାନାଳର ୧୧୬, ସୁନ୍ଦରଗଡର ୧୦୬, ସମ୍ବଲପୁର ୬୨, ରାୟଗଡାର ୫୫, କେନ୍ଦୁଝରର ୩୭, ଅନୁଗୁଳର ୩୪, କଳାହାଣ୍ଡିର ୨୪, କୋରାପୁଟର ୨୨, ଯାଜପୁରର ୨୦, ବରଗଡର ୧୯, ବାଲେଶ୍ବରର ୧୭, ବଲାଙ୍ଗିରର ୧୫, ମୟୂରଭଞ୍ଜର ୧୫, କେନ୍ଦ୍ରାପଡାର ୧୪,ଭଦ୍ରକର ୧୩, ଦେବଗଡର ୧୧, ନବରଙ୍ଗପୁରର ୧୧, ଜଗତସିଂହପୁରର ୮, ଝାରସୁଗୁଡାର ୮, ପୁରୀର ୬, ବୌଦ୍ଧର ୫, ସୋନପୁରର ୪, ମାଲକାନଗିରିର ୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ଏହି ସୁସ୍ଥ ମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୨୮୬୯୭ରେ ।

ସେହିଭଳି ରାଜ୍ଯରେ ଆଜି ୧୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୧୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୭୧୫ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଆଜି ସର୍ବାଧିକ ୨୯୮ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ୨୪ ଘଣ୍ଟା ମଧ୍ୟରେ ପଜିଟିଭ୍ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପି ଯାଇଛି ଖୋର୍ଦ୍ଧା ଜିଲ୍ଲା । ଆଜି ଗଞ୍ଜାମରେ ୨୭୯ ଜଣ କୋଭିଡ୍ ପଜିଟିଭ୍ ଆସିଥିବା ବେଳେ କଟକରେ ୧୨୪ ଜଣ, କଳାହାଣ୍ଡିରେ ୮୪ ଏବଂ ବାଲେଶ୍ୱରରେ ୬୯ ଜଣଙ୍କର ପଜିଟିଭ୍ ଆସିଛି ।ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୪୨,୫୫୦ରେ ପହଁଚିଛି । ଏମାନଙ୍କ ମଧ୍ଯରୁ ୨୬,୮୮୭ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୩୭୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ୨୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୯,ବାଲେଶ୍ବରରୁ ୬୯,ବରଗଡରୁ ୮, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୪, କଟକରୁ ୧୨୪,ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଜଗତସିଂହପୁରରୁ ୧୬, ଯାଜପୁରରୁ ୬୦, ଝାରସୁଗୁଡା ୩୦, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୨୯୮, କୋରାପୁଟରୁ ୪୭, ମାଲକାନଗିରିରୁ ୩୬,ମୟୁରଭଞ୍ଜରୁ ୩୪,ନବରଙ୍ଗପୁରରୁ ୧୧,ନୟାଗଡରୁ ୬୧,ନୂଆପଡାରୁ ୧, ପୁରୀରୁ ୬୭,ରାୟଗଡାରୁ ୧୫୨,ସମ୍ବଲପୁରରୁ ୩୯, ସୋନପୁରରୁ ୩୩ ଏବଂ ସୁନ୍ଦରଗଡରୁ ୧୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Sasmita

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

54 seconds ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

15 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago