ଶିମିଳିପାଳ ପୋଡଡିହା ରେଞ୍ଜ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଜବତ
ଉଦଳା: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ଶିମିଳିପାଳର ପୋଡଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଧରିଲା ବନ ବିଭାଗ । ଗିରଫ ଶିକାରୀ ହେଲେ ଅନ୍ତରା ସିଂ ।
ଶିକାରୀ ନିକଟରୁ ୭ କିଲୋ ଝିଙ୍କ ମାଂସ ସହିତ ଏକ ଦେଶୀ ବନ୍ଧୁକ ଏବଂ କୁରାଢ଼ୀ ଜବତ କରିଛି ବନବିଭାଗ । ରାଜ୍ୟରେ ଏବେ ଅଧିକାଂଶ ଜଙ୍ଗଲ ଜଳୁଛି । ନିଆଁ କିପରି ଆୟତ୍ତ କରାଯିବ, ସେନେଇ ବନବିଭାଗ , ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଦିନରାତି ଲାଗିପଡିଛନ୍ତି । ତେବେ କିଛି ଦିନ ତଳେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କରଞ୍ଜିଆ ଅଞ୍ଚଳରେ ପ୍ରଥମ ଜଣଙ୍କୁ ଅଟକ ରଖିଥିଲା ବନବିଭାଗ ।