ନୂଆବର୍ଷ ଯାଏଁ ରାଜ୍ୟରେ ଶୁଖିଲା ପାଗ, ପୁଣି ଜାନୁୟାରୀ ପ୍ରଥମ ସପ୍ତାହରେ ଲଘୁଚାପ

ଭୁବନେଶ୍ୱର : ଏବେ ଶୁଖିଲା, ଜାନୁୟାରୀ ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ । ୨୮ ଓ ୨୯ରେ ଉତ୍ତର ଓ ପଶ୍ଚିମ ଓଡିଶାରେ ପୁଣି ହାଲୁକା ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୭-୨୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।  ଆଜି ରାଜ୍ୟରେ ପାଗ ଶୁଖିଲା ରହିବ ।  ଆସନ୍ତାକାଲି ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି  ।

ସେହିପରି ୨୯ ତାରିଖ ବେଳକୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।  କୌଣସି ସ୍ଥାନରେ ବଡ ବର୍ଷା ନେଇ ଆକଳନ କରାଯାଇନାହିଁ ।  ଡିସେମ୍ବର ୩୦, ୩୧ ଓ ଜାନୁୟାରୀ ୧ ତାରିଖରେ ସାରା ରାଜ୍ୟରେ ଶୁଖିଲା ରହିବ ପାଗ ।  ଅନ୍ୟପଟେ ପୁଣିଥରେ ଅଦିନିଆ ବର୍ଷାକୁ ନେଇ ଛାନିଆ ହୋଇ ପଡିଛନ୍ତି ଚାଷୀକୁଳ । ବଡ ବର୍ଷା ସମ୍ଭାବନା କମ୍ ଥିଲେ ମଧ୍ୟ ଲଗାତାର ଅଦିନିଆ ବର୍ଷାକୁ ନେଇ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବରବାଦ ହୋଇପଡିଛି ଫସଲ ।  ଏମିତିରେ ପୁଣି ବର୍ଷା ସ୍ଥିତିକୁ ଆହୁରି ବିଗାଡି ଦେବାର ଭୟ ଘାରିଛି ଚାଷୀଙ୍କୁ ।