ଆସୁଛି ଆଉ ଏକ ଲଘୁଚାପ: ପ୍ରଭାବରେ ରାଜ୍ଯର ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୮ ତାରିଖରେ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ ।

ପରେ ଏହି ଘୂର୍ଣ୍ଣିବଳୟ କ୍ରମଶଃ ଅଧିକ ସକ୍ରିୟ ହେବାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ମାଲକାନଗିରି ଓ କୋରାପୁଟରେ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ପୂର୍ବାନୁମାନ କରିଛି । ୨୦ରୁ ୨୨ ତାରିଖ ଯାଏ କେତେକ ଯାଗାରେ ପ୍ରବଳ ବର୍ଷା ହେବ।

Leave A Reply

Your email address will not be published.