ପୁଣି ଆସୁଛି ଆଉ ଏକ ଲଘୁଚାପ: ହାଡଭଙ୍ଗା ଶୀତରେ ଥରିବ ସାରା ଓଡିଶା !

ଭୁବନେଶ୍ୱର (କେନ୍ଯୁଜ୍): ଆଜି ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ । ଉପକୂଳରେ ଆସନ୍ତା ୨୬ତାରିଖରୁ ଶୀତ ବଢିବ । ଆଭ୍ୟନ୍ତରୀଣ ଉତ୍ତର, ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓଡିଶାରେ ଆଜିଠାରୁ ୨୬ ତାରିଖ ରାତି ଯାଏ ସର୍ବନିମ୍ନ ତାପମାତ୍ରା ୫ରୁ ୬ଡିଗ୍ରୀ ସେଲସିୟସ୍‌ କମିପାରେ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ୨୬ରୁ ୨୮ ତାରିଖ ଭିତରେ ରାତି ତାପମାତ୍ରା ୬ଡିଗ୍ରୀ ସେଲସିୟସ୍‌ କମିଯିବ । ତେବେ ଆସନ୍ତା ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ସେପଟେ ଗତକାଲି ଦାରିଙ୍ଗିବାଡ଼ିରେ ପାରଦ ୧୫ଡିଗ୍ରୀକୁ ଖସିଆସିଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରୀ, ବୌଦ୍ଧରେ ୨୦, ଟିଟିଲାଗଡ଼ରେ ୨୦.୩ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ଅନ୍ଯପଟେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ।ବଙ୍ଗୋପସାଗରରେ ଏ ମାସରେ ଏହା ହେଉଛି ଚତୁର୍ଥ ଲଘୁଚାପ । ଆସନ୍ତା ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ୨୯ରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ରହିବନି ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଡିସେମ୍ବର ପ୍ରଥମ ସପ୍ତାହରେ ଥାଇଲାଣ୍ଡ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗରକୁ ଆସିବାର ସମ୍ଭାବନା ରହିଛି ବୋଲି ମଧ୍ୟ ସେ ପୂର୍ବାନୁମାନ କରାଯାଇଛି । ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତ୍ତନର ସମ୍ଭାବନା ରହିଛି । ତେଣୁ ନଭେମ୍ବର ସୁଦ୍ଧା ଚାଷୀମାନେ ଧାନ ଅମଳ କରିଦେବାକୁ ସେ ପରାମର୍ଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.