ଗୁଳୁଗୁଳିରୁ ମିଳିବ ତ୍ରାହି: ପୁଣି ୧୬ ସୁଦ୍ଧା ଆଉ ଏକ ଲଘୁଚାପ, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଆସୁଛି ଲଘୁଚାପ। ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୬ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ। ଲଘୁଚାପରେ ପରିଣତ ହେବା ପରେ ଏହା ବିଶାଖାପାଟଣା ନିକଟ ଉପକୂଳ ଦେଇ ଆନ୍ଧ୍ର ତେଲେଙ୍ଗାନା ଆଡକୁ ଗତି କରିବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ।

ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଉତ୍ତର ଓଡ଼ିଶାରେ ମଧ୍ୟ ସ୍ୱଳ୍ପ ବର୍ଷା ହେବ। ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ତେବେ ପାଗ ଆଂଶିକ ମେଘୁଆ ରହୁଛି। ଖରା ବଢିବା କାରଣରୁ ତାପମାତ୍ରା ବୃଦ୍ଧି ହେଉଛି। ଫଳରେ ଗୁଳୁଗୁଳି ବଢୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.