୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ େଓ୍ଵଲ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍‌) : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ମାସ ୫ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକ୍ୟୁୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ଟ୍ଵିଟ କରି ସୂଚନା ଦେଇଛନ୍ତି । ଏଥିପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ୟେଲ ୱାର୍ଣ୍ଣିଂ କରାଯାଇଛି । ଲଘୁଚାପ ପରେ ଲଘୁଚାପ ଆସୁଛି । କିନ୍ତୁ ସେପରି ବର୍ଷା ହେଉନଥିବାରୁ ଚାଷୀଙ୍କ ଚିନ୍ତା ବଢୁଛି

ଏଯାଏ ରାଜ୍ୟରେ ଆଶାନୁରୂପକ ମୌସୁମୀ ବର୍ଷା ହୋଇନାହିଁ । ପାଣିପାଗ ମାନଚିତ୍ରରେ ରେଡ ଜୋନ୍‌ରେ ୨୪ ଜିଲ୍ଲା । କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହେଉନି । ଆଗେଇ ପାରୁନି ଚାଷ କାମ । ଜୁନ ୧ରୁ ଏଯାଏ ରାଜ୍ୟରେ ସ୍ୱାଭାବିକଠୁ ୨୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେଭିତରୁ ଯାଜପୁର ଜିଲ୍ଲାରେ ସ୍ୱାଭାବିକଠାରୁ ୫୭ ପ୍ରତିଶତ କମ୍‌ ବର୍ଷା ପାଇଁ ଚାଷ କାର୍ଯ୍ୟ ହୋଇପାରୁନି ।

ସେହିପରି ଭଦ୍ରକରେ ୪୯ପ୍ରତିଶତ, ବଲାଙ୍ଗୀରରେ ୪୫ ପ୍ରତିଶତ, ଅନୁଗୁଳରେ ୪୦ ପ୍ରତିଶତ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଓ କେନ୍ଦୁଝରରେ ୩୮ ପ୍ରତିଶତ ଲେଖାଏ କମ୍‌ ବର୍ଷା ହୋଇଛି । ଅନ୍ୟ ୬ ଜିଲ୍ଲାରେ ସ୍ୱାଭାବକି ବର୍ଷା ରେକର୍ଡ କରାଯାଇଛି ।

ଏଥିସହିତ ଆସନ୍ତାକାଲି ସକାଳ ଯାଏ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ କାଲିଠାରୁ ବର୍ଷା ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.