ରାଜ୍ୟ

ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଅଧିକାରୀ ପ୍ରତାପ ସାମଲଙ୍କ ସମ୍ପତ୍ତି, ୨୫ଟି ପ୍ଲଟ୍‌ର RSD ମୂଲ୍ୟ ୩ କୋଟି ୪୧ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଅଧିକାରୀ ପ୍ରତାପ ସାମଲଙ୍କ ସମ୍ପତ୍ତି। ୨୫ଟି ପ୍ଲଟ୍‌ର RSD ମୂଲ୍ୟ ୩ କୋଟି ୪୧ ଲକ୍ଷ ଟଙ୍କା। କିନ୍ତୁ ପ୍ରକୃତ ମୂଲ୍ୟ ଏହାଠୁ ଅଧିକ। ଗୋଠପାଟଣା ସ୍ଥିତ ୫ ମହଲା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ହଜାର। ୧ କୋଟି ୬୧ ଲକ୍ଷ ୩୫ହଜାର ଟଙ୍କାର ବ୍ୟାଙ୍କ୍‌ ଜମା ଠାବ କରିଛି ଭିଜିଲାନ୍ସ।

ସେହିଭଳି ୫୭ ଲକ୍ଷ ୭୨ ହଜାର ଟଙ୍କାର ଜୀବନବୀମା ପ୍ରିମିୟମ ଦେଇଛନ୍ତି ପ୍ରତାପ । ପ୍ରତାପଙ୍କ ବ୍ୟାଙ୍କ ।କାଉଣ୍ଟ ସିଜ୍‌ କରାଯିବା ସହ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ତାଙ୍କର ଅଳଙ୍କାର ଓ ଦାମୀ ଗାଡି ସବୁର ହିସାବ କରୁଛି ଟିମ୍‌। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘର ଓ କାର୍ଯ୍ୟାଳୟରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍‌ସ । ୩୩ ବର୍ଷ ଚାକିରିରେ ୧୭ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଚଢାଉ ବେଳେ ପ୍ରତାପ ସାମଲ ଲକ୍ଷ ଲକ୍ଷ ଟଙ୍କା ଘର ବାହାରକୁ ଫିଙ୍ଗିଦେଇଥିଲେ।

ଦସୂଚନା ଥାଉକି, ଗତକାଲି ବାସୁଦେବପୁର , ବାଲେଶ୍ୱର, ସିମୁଳିଆ ଓ ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଥିଲା। ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳାନ ଚାଲିଥିଲା ଚଢାଉ।

ପ୍ରତାପଙ୍କର ଭୁବନେଶ୍ୱର IRC ଭିଲେଜରେ ରହିଛି ୨ଟି ବଡ ପ୍ରାସାଦ। ଗୋଟିଏ ୪ ମହଲା ଓ ଅନ୍ୟ ଗୋଟିଏ ୩ ମହଲା କୋଠା। ଜୟଦେବବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ ଛକରେ ରହିଛି ୬ ମହଲା ବିଲଡିଙ୍ଗ। ସେହିଭଳି ଜୟଦେବ ବିହାର ନରେନ୍ଦ୍ର ଭିଲ୍ଲା ଆପାର୍ଟମେଣ୍ଟରେ ରହିଛି ଗୋଟିଏ ଫ୍ଲାଟ। ଏହାସହ ସରକନ୍ତରା ଖଣ୍ଡଗିରି ନିକଟରେ ୧ ମହଲା କୋଠା ରହିଛି। ଯାହାକି ସେ ଭଡା ଆକାରରେ ଦେଇଛନ୍ତି। ଗୋଠପାଟଣାରେ ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୫ମହଲା କୋଠା। ଯାହର ମୂଲ୍ୟ ୩ କୋଟି ୨୫ ଲକ୍ଷ ଟଙ୍କା ହେବ ।

ବାସୁଦେବପୁର ସିନେମା ହଲ୍‌ ରୋଡ୍‌ ବାଲି ସାହି ସ୍ଥିତ ଆପାର୍ଟମେଣ୍ଟରେ ମଧ୍ୟ ଚଢାଉ କରାଯାଇଥିଲା। ଏଥିରେ ଭିଜିଲାନ୍ସର ୧୦ଟି ଟିମ୍‌ ସାମିଲ ଥିଲେ। ଜଣେ ଅତିରିକ୍ତ SP, ୫ ଜଣ DSP, ୭ ଇନ୍ସପେକ୍ଟର ରେଡ୍‌ କରିଥିଲେ। ସେ ୧୯୮୮ରେ OPHWCରେ ଯୋଗ ଦେଇଥିଲେ । ୨୦୧୩ରେ ଡେପୁଟି ମ୍ୟାନେଜର ର‍୍ୟାଙ୍କକୁ ପ୍ରମୋସନ ପାଇଥିଲେ । ରାଉରକେଲା, ବଲାଙ୍ଗୀର, କେନ୍ଦୁଝରରେ ସେ କାର୍ଯ୍ୟରତ ଥିଲେ । ଜୁନିଅର ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରି ୩୩ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ପ୍ରତାପ ସାମଲ ।

 

 

Sonalisa

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

46 mins ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

2 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

4 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

4 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

4 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 hours ago