ରାଉରକେଲାରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।

ସେହିପରି ୨୨ ତାରିଖରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ସମାନ ଘଟଣା ଘଟିଛି ।  ସାନଭଉଣୀକୁ ଗଣଦୁଷ୍କର୍ମ କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଦୁଷ୍କର୍ମର ଶିକାର ହୋଇଥିବା ସାନଭଉଣୀଙ୍କ ବୟସ ୮ ବର୍ଷ ଏବଂ ବଡ଼ଭଉଣୀଙ୍କ ବୟସ ୧୨ ବର୍ଷ ହୋଇଥିଲା । ଦୁଇ ଭଉଣୀ ମିଶି ଚପଲ କିଣିବକୁ ମାର୍କେଟ ଆସିଥିଲେ। ଏହି ସମୟରେ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳର ଏକ ଅନ୍ଧାରିଆ ରାସ୍ତାରେ ସାତ ଜଣ ଅଭିଯୁକ୍ତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ତିନି ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ତିନି ଅଭିଯୁକ୍ତଙ୍କୁ ପ୍ଲାଣ୍ଟ ସାଇଟ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।

 

You might also like