ରାଜଧାନୀରେ ପୁଣି ସିରିଜ୍ ଦୁର୍ଘଟଣା, ୨ଟି ମୋ ବସ ଧକ୍କା

ଭୁବନେଶ୍ୱର : ରାଜଧାନୀରେ ପୁଣି ସିରିଜ୍ ଦୁର୍ଘଟଣା । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ସିରିଜ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ବିଏମସି ପିଆରଓଙ୍କ ସହ କିଛି ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଖବର ଅନୁଯାୟୀ, ରାଜମହଲ ପଟୁ ଆସୁଥିବା ଏକ ମୋ ବସ ଆଗରେ ଏକ ସ୍କୁଟି ଚାଲି ଆସିବାରୁ ବସଟି ହଠାତ ବ୍ରେକ ମାରି ଥିଲା । ଫଳରେ ପଛରେ ଥିବା ଆଉ ଏକ ମୋ ବସ ଗାଡ଼ିକୁ ଧକ୍କା ଦେଇଥିଲା । ପଛରୁ ଆସୁଥିବା କିଛି କାର ନିୟନ୍ତ୍ରଣ ହରାଇ ମୋ ବସକୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି । କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏମିତିକି ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକକୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଟ୍ରାଫିକ ଅଧିକାରୀ ପହଞ୍ଚି ରାସ୍ତାରୁ ଭିଡ ହଟାଉଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ : ତୀର୍ଥଯାତ୍ରୀ ବସରେ ନିଆଁ, ଭିତରେ ଥିଲେ ୪୦ ଯାତ୍ରୀ