ମାଆ ଭୁଲିଗଲା ମମତା: ଜଙ୍ଗଲରେ ଶିଶୁ ପୁତ୍ରକୁ ଏକା ଛାଡ଼ି ଚାଲିଗଲା

କେନ୍ଦୁଝର : ମାଆ ଭୁଲିଗଲା ମମତା। ତା ପାଇଁ  ଅଲୋଡ଼ା ହୋଇଗଲା ଶିଶୁ ପୁତ୍ର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ଥାନା ପୋଟଳ ଗାଁ ନିକଟ ଜଙ୍ଗଲରେ। ଯେଉଁ ଜଙ୍ଗଲରେ ଏକ ଶିଶୁ ପୁତ୍ରକୁ ଛାଡ଼ି ଚାଲିଯାଇଛି ଜନ୍ମକଲା ମାଆ। ଶିଶୁଟି କାନ୍ଦୁଥିବା ଶଦ୍ଦ ଶୁଣି ଗାଁ ଲୋକ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଶିଶୁଟିକୁ କିଏ ଓ କାହିଁକି ଏଠାରେ ଛାଡ଼ି ଚାଲି ଯାଇଛି ଜଣାପଡିନଥିବା ବେଳେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଥିବା ନେଇ ସୂଚନା ମିଳିଛି। ତେବେ ଗତ ଦୁଇ ଦିନ ତଳେ ଜିଲ୍ଲାର ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାର ଏକ ବୁଦା ମୂଳରୁ ଶିଶୁଟକୁ ଉଦ୍ଧାର କରାଯାଇଥିଲା । ଏହାପରେ ସ୍ଥାନୀୟ କିଛି ଯୁବକ ଶିଶୁପୁତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।