ଓଡ଼ିଶାକୁ ଭିଜାଇବ ଆଉ ଏକ ପଶ୍ଚିମା ଝଡ଼, ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା!

ରାଜ୍ୟରେ ଗୋଟିଏ ପଶ୍ଚିମା ଝଡ଼ର ତାଣ୍ଡବ ନସରୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପକାଇବ ପ୍ରଭାବ।

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ସରିଲା । ଆସୁଛି ଆଉ ଗୋଟିଏ । ଆଜିଠାରୁ ଆଉ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଭାରତ ଉପରେ ପଡ଼ିବ । ମଧ୍ୟରାତିରୁ ଦେଶର ଉତ୍ତର ପଶ୍ଚିମ ଭାଗରୁ ଆରମ୍ଭ ହେବ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପକାଇବ ପ୍ରଭାବ। ରାଜ୍ୟର କିଛି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ତେବେ ଏହାର ପରିମାଣ କମ୍‌ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରତିବର୍ଷ ଦେଶର ଉତ୍ତର ଭାରତ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପଡ଼େ । ଏହି ସମୟରେ ଏହା ସହିତ ଜଡିତ ଟ୍ରପ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହେଲେ ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଆଜି ପଶ୍ଚିମା ଝଡ଼ରେ ପ୍ରଭାବିତ ହୋଇ ଥାଆନ୍ତି । ଗତ ସପ୍ତାହରେ ରାଜ୍ୟରେ ପ୍ରକୋପ ଦେଖାଇଥିଲା ପଶ୍ଚିମା ଝଡ଼ । ଗତକାଲିଠାରୁ ଏହାର ପ୍ରଭାବ କମିଛି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.