ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା, ସେଫ୍‌ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ନିଲମ୍ବିତ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣାରେ ଆଉ ଜଣେ ଅଧିକାରୀ ନିଲମ୍ବିତ। ସେଫ୍‌ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତି ରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଆଉ ୨ଜଣ DGMଙ୍କୁ ନିଲମ୍ବନ କରାଯାଇଥିଲା। ଘଟଣାରେ ଏ ପର୍ଯ୍ୟନ୍ତ ୩ଜଣଙ୍କୁ ନିଲମ୍ବନ କରାଯାଇଛି।

ଗତକାଲି କୋଲ୍‌ କେମିକାଲ୍‌ ଡିପାଟମେଣ୍ଟରେ ଗ୍ୟାସ୍‌ ଲିକ୍‌ ହୋଇ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଅସୁସ୍ଥ ୬ ଜଣଙ୍କ ରାଉରକେଲା ଆଇଜିଏଚରେ ଚିକିତ୍ସା ଚାଲିଛି। ସେପଟେ କେମିତି ଓ କେଉଁ ପରିସ୍ଥିତିରେ ଗ୍ୟାସ୍‌ ଲିକ୍‌ ହେଲା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ଲାଣ୍ଟ କର୍ତ୍ତୃପକ୍ଷ । ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏପେଟ୍‌ ଫ୍ୟାକ୍ଟ୍ରି ଏଣ୍ଡ ବଏଲର ନିର୍ଦ୍ଦେଶକଙ୍କୁ ରିପୋର୍ଟ ମାଗିଛନ୍ତି ଶ୍ରମ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.