ବନ୍ୟପ୍ରାଣୀ ତସ୍କରଙ୍କ ନୂଆ ଆଡ୍ଡା ଦେବଗଡ଼: ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ସ୍ପେଶାଲ ସ୍କ୍ଵାଡ

କେନ୍ୟୁଜ୍(ବ୍ୟୁରୋ): ଦେବଗଡ଼ ଜିଲ୍ଲା ପାଲଟିଛି ବନ୍ୟପ୍ରାଣୀ ତସ୍କରଙ୍କ ନୂଆ ଆଡ୍ଡା । ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ଵାଡ। ଆଜି ଦେବଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ଆଡ୍ଡା କରି ବନ୍ୟପ୍ରାଣୀ ତସ୍କରୀ କରୁଥିବା ସୂଚନା ପାଇ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ଵାଡ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା ।

ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ଵାଡ ଗ୍ରାହକ ବେଶରେ ଯାଇ ଚଢାଉ କରିଥିଲା। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଦିଲ୍ଲୀପ ନାୟକଙ୍କଠାରୁ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗାଁ ଜଙ୍ଗଲ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ୧୫ଲକ୍ଷ ଟଙ୍କାରେ ଡିଲ୍‌ କରାଯାଉଥିଲା। ସେହି ସମୟରେ ପୋଲିସ ଟିମ୍‌ ଦିଲ୍ଲୀପକୁ କାବୁ କରିଥିଲେ। ତା ନିକଟରୁ ପ୍ରାୟ ୭କେଜିରୁ ଉର୍ଦ୍ଧ ଓଜନର ଏକ ବଜ୍ରକାପ୍ତାକୁ ଜବତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.