ଗୁହାଳରେ କଲରା ପତରିଆ ବାଘ, ଭୟଭୀତ ଗ୍ରାମବାସୀ

ନବରଙ୍ଗପୁର: ନବରଙ୍ଗପୁରରେ ପୁଣି କଲରା ପତରିଆ ବାଘ ଆତଙ୍କ । ରାଇଘର ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ଠେଲକାବୋଡ ଗ୍ରାମରେ କଲରା ପତରିଆ ବାଘ ଦେଖିବାକୁ ମିଳିଛି ।  କାଙ୍କେର ଜିଲ୍ଲା ଅନ୍ତର୍ଗତ ଏହି ଠେଲକାବେଡ଼ା ଗ୍ରାମରେ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗୋରୁ ଶିକାର କରିବାକୁ ଚେଷ୍ଟା କରୁଥିଲା ।  ଠିକ ଏହି ସମୟରେ ଗାଈର ଶବ୍ଦ ଶୁଣି ଲୋକମାନେ ରାତିରେ ବାଘକୁ ଘଉଡାଇ ଦେଇଥିଲେ ।  ଏହା ପୂର୍ବରୁ ମଧ୍ୟ ବାଘଟି ଏହି ଗାଁରେ କୁକୁଡ଼ା, କୁକୁର ଏବଂ ଅନ୍ୟାନ୍ୟ ଗାଈ ଶିକାର କରିଥିବା ନଜର ଆସିଛି । ମୁଖ୍ୟତଃ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ କଲରା ପତରିଆ ବାଘ ଆତଙ୍କ ଲାଗି ରହିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।

ଆହୁରି ପଢ଼ନ୍ତୁ : କଣିହାଁରେ କାଳବୈଶାଖୀ : ଆଖି ବୁଜିଲା ମାଆ, ବର୍ତ୍ତିଲା ୩ବର୍ଷର ଛୁଆ