ଏପ୍ରିଲ ୨ରେ ଆସୁଛି ଆଉ ଏକ ପଶ୍ଚିମା ଝଡ଼: ଆଜିଠୁ ପ୍ରଭାବ! ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଝଡ଼ ପରେ ଝଡ଼ । ଗୋଟିଏ ନଯାଉଣୁ ଆଉ ଏକ ପଶ୍ଚିମା ଝଡ଼ । ଏପ୍ରିଲ ୨ରେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଭାରତର ଉତ୍ତର ପଶ୍ଚିମ ଭାଗକୁ ପ୍ରଭାବିତ କରିବ।ଆଜିଠୁ ଏହାର ଅଧିକ ପ୍ରଭାବ ବଢ଼ିବ । ଆସନ୍ତାକାଲି ଅଧିକ ପ୍ରକୋପ ଦେଖାଇବ ପଶ୍ଚିମା ଝଡ଼ । ଆଜି ପାଇଁ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

ଝଡ଼ ପରେ ଝଡ଼ । ଗୋଟିଏ ନଯାଉଣୁ ଆଉ ଏକ ପଶ୍ଚିମା ଝଡ଼ । ଏପ୍ରିଲ ୨ରେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଭାରତର ଉତ୍ତର ପଶ୍ଚିମ ଭାଗକୁ ପ୍ରଭାବିତ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବ । ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ଆଜିଠୁ ଏହାର ଅଧିକ ପ୍ରଭାବ ବଢ଼ିବ । ଆସନ୍ତାକାଲି ଅଧିକ ପ୍ରକୋପ ଦେଖାଇବ ପଶ୍ଚିମା ଝଡ଼ । ଆଜି ପାଇଁ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

ଏସବୁ ଜିଲ୍ଲା ହେଲା ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି । ଆସନ୍ତାକାଲି ପଶ୍ଚିମା ଝଡ଼ର ପ୍ରକୋପ ଅଧିକ ରହିବ । ଆସନ୍ତାକାଲି ୧୧ ଜିଲ୍ଲାରେ ଭାରୀ ବର୍ଷା ହେବ ।

ଏଥିପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୬ ଜିଲ୍ଲା ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭-୧୧ ସେଣ୍ଟିମିଟର ଯାଏ ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିବ । ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ବି ହୋଇପାରେ ।

Leave A Reply

Your email address will not be published.