ରାଜ୍ୟ

ଅନ୍ଧବିଶ୍ୱାସ ନା ଅଲୌକିକ: ଘରସାରା ହୁଙ୍କାମୟ, ପରିବାର ଲୋକଙ୍କ ସହିତ ଗୁପ୍ତରେ ରହୁଛି ଗୋଖର ସାପ !

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୌଡ଼ପଡ଼ା ଡାକବଙ୍ଗଳା ଠାରୁ ଅନତି ଦୂରରେ ଛୋଟିଆ ବସ୍ତିଟିଏ । ଏହି ଗୌଡ଼ପଡ଼ା ଦଳିତ ସାହିର ପାଖାପାଖି ତିରିଶି ପରିବାର ବସବାସ କରିଆସୁଛନ୍ତି। ମାହାଙ୍ଗା ଓ ପଲ୍ଲୀସାହି ଉଭୟ ପଞ୍ଚାୟତର ସୀମାବର୍ତ୍ତୀ ଅଂଚଳରେ ଥିବା ଏହି ବସ୍ତିଟି ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

କଥାଟି ହେଉଛି କି ବସ୍ତିର ଜଣେ ବ୍ଯକ୍ତିଙ୍କ ଘର ସାରା ହୁଙ୍କା। ଯେଉଁଠି ଦେଖିବେ ସେଇଠି । ଅବିଶ୍ବାସ ହେଲେ ବି ସତ । ଉକ୍ତ ଗାଁ’ର ବାବୁଲି ଜେନାଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ଯଜନକ ଘଟଣା । ତାଙ୍କର ଠାକୁର ଘର କୁହନ୍ତୁ, କିମ୍ବା ରୋଷେଇ ଘର, ବାରଣ୍ଡା ଠାରୁ କାନ୍ଥ ଓ ଚାଳ ଛପର ପର୍ଯ୍ଯନ୍ତ,,,, ସବୁଠି ହୁଙ୍କାମୟ। ପୁଣି ସବୁଠାରୁ ବଡ କଥା ସେଇ ହୁଙ୍କା ଗୁଡିକ ପୁଣି ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି ।

ବାବୁଲିଙ୍କ କହିବା ମୁତବକ, ତାଙ୍କ ବୁଢା ବାପା ମାଆ ଏହି ଘର ଭିତରେ ଶୁଆ ବସା କରୁଛନ୍ତି। ସେ, ତାଙ୍କ ସ୍ତ୍ରୀ ଓ ତାଙ୍କ ପିଲାମାନେ ମଧ୍ଯ ଘର ଭିତରେ ରହୁଛନ୍ତି । ତେବେ ସେମାନଙ୍କ ସହିତ ଗୋଖର ସାପ ଏହି ଘରେ ଥିବାର ମଧ୍ଯ ପରିବାର ଲୋକେ ଦେଖିଛନ୍ତି। ଏପରିକି ବାବୁଲିଙ୍କ ବାପା ବାବାଜୀଙ୍କ ପତ୍ନୀ ଙ୍କୁ ମଧ୍ୟ ସ୍ବପ୍ନାଦେଶ ହୋଇଥିଲା, କି ମୁଁ ଏଠି ରହୁଛି ବୋଲି କାହାରିକୁ କହିବୁ ନାହିଁ।

ହେଲେ ବାବାଜୀଙ୍କ ପତ୍ନୀ କମଳା ୧୦ ମାସ ପରେ ଗ୍ରାମବାସୀଙ୍କୁ ଏକଥା କହି ଦେଇଥିଲେ। ଏହାପରେ ଗ୍ରାମବାସୀ ସେହି ସ୍ଥାନରେ ପୂଜାର୍ଚ୍ଚନା ଓ ନାମ ସଙ୍କୀର୍ତ୍ତନ ମଧ୍ୟ କରିଥିଲେ । ଏମାନଙ୍କ ଘର ଛପର କରିବାକୁ ଆସିଥିବା ମୂଲିଆ, ଥରେ ଚାଳ ଉପରୁ ହୁଙ୍କାକୁ ଭାଙ୍ଗି ଦେବାରୁ, ତଳକୁ ଖସିପଡି ଅକର୍ମଣ୍ଯ ହେବା ମଧ୍ଯ ନଜିର ରହିଛି । ଏପରିକି ବାବାଜୀଙ୍କ ବୋହୂ ଙ୍କୁ ମଧ୍ଯ ସ୍ବପ୍ନାଦେଶ ହୋଇଥିଲା କି ସେହି ହୁଙ୍କା ଉପରେ ଏକ ଧଳା ଧୋତି ପକାଇବା ପାଇଁ। ସେ ସେଠାରେ ଏକ ଧଳା ଧୋତି ପକାଇଥିଲେ ।

ଅନ୍ଧବିଶ୍ୱାସ ହେଉ କିମ୍ବା ଅଲୌକିକ ଘଟଣା ହେଉ, ଘର ଲୋକେ ଆଜିବି ସେଇ ହୁଙ୍କା ଗୁଡିକୁ ପୂଜାର୍ଚ୍ଚନା କରୁଥିବବା ଦେଖିବାକୁ ମିଳୁଛି । ଅନ୍ଯପଟେ ଏହି ହୁଙ୍କା ଓ ସର୍ପର ଭୟ ଏମାନଙ୍କ ମନରେ ବସାବାନ୍ଧି ରହିଛି । ନିଜ ଘରେ ଦିନ କାଟିବା ଏକ ପ୍ରକାରର କଷ୍ଟ ମାଧ୍ଯ ହୋଇପଡିଛି । ତେଣୁ ପ୍ରଶାସନ ଏହି ଦଳିତ ବସ୍ତିରେ ପହଂଚି ଓ ଏମାନଙ୍କ ଦୁଃଖ ବୁଝିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ମାହାଙ୍ଗାରୁ ଅର୍ଜୁନ ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

25 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

27 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

30 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

37 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

51 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago