ଆମକୁ ଶାନ୍ତି ଦରକାର, ହିଂସା ନୁହେଁ: ମାଲକାନଗିରି ଖଜୁରୀଗୁଡାରେ ୧୦ରୁ ଅଧିକ ଗ୍ରାମବାସୀ ମିଳିତ ହୋଇ ଉଠାଇଲେ ମାଓ ବିରୋଧୀ ସ୍ୱର

ମାଲାକାନଗିରି: ମାଲାକାନଗିରିରେ ମାଓ ବିରୋଧୀ ସ୍ୱର । ମାଲକାନଗିରି ଖଜୁରୀଗୁଡା ଠାରେ ୧୦ରୁ ଅଧିକ ଗ୍ରାମବାସୀ ମିଳିତ ହୋଇ ମାଓବାଦୀଙ୍କୁ ବିରୋଧ କରିବା ସହ ମାଓ ବିରୋଧି ମେଳି କରିଛନ୍ତି ।

ଆମକୁ ଶାନ୍ତି ଦରକାର, ହିଂସା ନୁହେଁ, ନୀରିହ ଜନତାଙ୍କୁ ମାରିବା ବନ୍ଦ କରାଯାଉ ଏବଂ ମୃତ ଦାଶ ଖେମୁଡୁ ଓ ଅନ୍ୟ ମାନଙ୍କୁ ନ୍ୟାୟ ଦାବିରେ ସ୍ଲୋଗାନ ଦିଆଯାଇଛି । ଗତ ୨୦ ତାରିଖରେ ଖଜୁରୀଗୁଡା ଗାଁ ଦାଶ ଖେମୁଡୁକୁ ପୋଲିସ ଇନଫରମର କହି ହତ୍ୟା କରିବା ପରେ ମାଓ ବିଦ୍ରୋହ ସ୍ୱର ଉଠିଥିଲା । ଏହାସହ ମାଓବାଦୀଙ୍କୁ ନିଜ ଅଞ୍ଚଳରେ ପୁରାଇ ନଦେବାକୁ ଶପଥ ନେଇଥିଲେ ସ୍ୱାଭିମାନ ଅଞ୍ଚଳ ବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.