ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଠନ ହେଲା ଆଣ୍ଟି ରାଗିଂ ସେଲ

ବ୍ରହ୍ମପୁର(କେନ୍ୟୁଜ୍):ରାଗିଂ ରୋକିବାକୁ ସଜାଗ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜ ପକ୍ଷରୁ ଏକ ଆଣ୍ଟି ରାଗିଂ ସେଲ ଗଠନ କରାଯାଇଛି । ଏଥିରେ ଜଣେ ନୋଡାଲ ଅଫିସର ଓ କଲେଜ ଅଧ୍ୟକ୍ଷଙ୍କ ସମେତ ୧୩ ଜଣ ସଦସ୍ୟ ରହିଛନ୍ତି । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ କୌଣସି ସମସ୍ୟା ଦେଖାଦେଲେ କମିଟିର ଯେ କୌଣସି ସଦସ୍ୟ କିମ୍ବା ସିଧାସଳଖ ନୋଡାଲ ଅଫିସର ଓ ଅଧ୍ୟକ୍ଷଙ୍କୁ ଫୋନ ଓ ଇମେଲ ଯୋଗେ ଜଣାଇ ପାରିବେ ବୋଲି ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ କିଶୋର କୁମାର ବେହେରା ।

ଏନେଇ ଏକ ନୋଟିସ୍‌ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଲିଖିତ ଭାବେ ରହିଛି । ଏହା ସହିତ ଅଧ୍ୟକ୍ଷ ଓ ନୋଡାଲ ଅଫିସର ବିଭିନ୍ନ କ୍ଲାସକୁ କ୍ଲାସ ବୁଲି ପିଲାଙ୍କୁ ସଚେତନ କରୁଛନ୍ତି । ମହାବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ନେଇ କରାଯାଇଥିବା ହ୍ଵାଟସ୍‌ ଆପ୍‌ ଗ୍ରୁପରେ ଏହି ମେସେଜ ପଠାଯାଇଥିବା ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.