ଓଃ କି ବର୍ବରତା ? ଷଣ୍ଢ ମୁହଁରେ ଓ ପଛରେ ନିଆଁ ଲଗାଇ ଭାଇରାଲ କଲେ

ବାସୁଦେବପୁର (କେନ୍ୟୁଜ୍): ହୃଦୟ ବିଦାରକ ବର୍ବରକାଣ୍ଡ। ମଣିଷ କଣ ଏମିତି ବର୍ବର ହୋଇ ପାରେ ? ଫସଲ ଖାଇଗଲା ବୋଲି ଗୋଟିଏ ଷଣ୍ଢ ପଛରେ ନିଆଁ ଲଗାଇ ଦେଲେ ଯୁବକ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। କିଛି ଯୁବକ ଏଭଳି ଅମାନୁଷିକ କାମ କରିଛନ୍ତି ଯାହାକୁ ଶୁଣିବା ମାତ୍ରେ ଯାହାର ବି ହେଲେ ରକ୍ତ ଗରମ ହୋଇଯିବ ।

ଭଦ୍ରକ ବାସୁଦେବପୁର ଥାନା ସୁଗୋପାତ୍ର ସାହିରେ ଗତ ଦୁଇ ଦିନ ପୁର୍ବରୁ ଏକ ଷଣ୍ଢକୁ ଗାଁର କେତେକ ଯୁବକ ଟାଣି ଟାଣି ନେଇଥିବା ବେଳେ ତା ମୁହଁ ଓ ପଛ ପାଖରେ ନିଆଁ ଲଗାଇ ଦେଇଥିଲେ । ଷଣ୍ଢଟି ଅତି ବିକଳରେ ଯନ୍ତ୍ରଣା ପାଉଥିବା ବେଳେ ଉପସ୍ଥିତ ଲୋକେ ତାର ମଜା ନେଉଥିଲେ । ଯାହାର ଭିଡିଓ ଭାଇରାଲ ହେବାକୁ ଲାଗିଛି । ଏପରି ଷଣ୍ଢକୁ ଅମାନୁଷିକ ଭାବେ ଟାଣି ଟାଣି ନେବା ତଥା ଷଣ୍ଢଟି ନଉଠିବାରୁ ମୁହଁରେ ଓ ତା ପଛ ପାଖରେ ନଡ଼ା ଜାଳି ନିଆଁ ଲଗାଇ ଦେଇଥିଲେ।
ଘଟଣାକୁ ଏବେ ସାଧାରଣରେ ଖୁବ୍‌ ନିନ୍ଦା କରାଯାଇଛି । ଏହି ଘଟଣାକୁ ନେଇ ବଜରରଙ୍ଗ ଦଳ ପକ୍ଷରୁ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଗତକାଲି ରାତିରେ ସୁଗୋପାତ୍ର ସାହି ଗାଁର ପ୍ରିୟ ରଂଜନ ପାତ୍ର ଓ ରତିକାନ୍ତ ପାତ୍ର ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛିା

ବର୍ବରକାଣ୍ଡ। ଷଣ୍ଢ ପଛରେ ନିଆଁ ଲଗାଇ ଦେଲେ ଯୁବକ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । କିଛି ଯୁବକ ଏଭଳି ଅମାନୁଷିକ କାମ କରିଛନ୍ତି  ଯାହାକୁ ଶୁଣିବାମାତ୍ରେ ଯାହାର ବି ହେଲେ ରକ୍ତ ଗରମ ହୋଇଯିବ ।

ଭଦ୍ରକ ବାସୁଦେବପୁର ଥାନା ସୁଗୋ ପାତ୍ର ସାହିର ଗତ ଦୁଇ ଦିନ ପୁର୍ବରୁ ଏକ ଷଣ୍ଢକୁ ଗ୍ରାମର କେତେକ ଯୁବକ ଟାଣି ଟାଣି ନେଇଥିବାବେଳେ ମୁହଁ ଓ ଷଣ୍ଢ ପଛ ପାଖରେ ରେ ନିଆଁ ଲଗାଇଥିଲେ । ଯାହାର ଭିଡିଓ  ଭାଇରାଲ ହେବାକୁ ଲାଗିଛି । ଏପରି ଷଣ୍ଢକୁ ଅମାନୁଷିକ ଭାବେ ଟାଣି ଟାଣି ନେବା ତଥା ଷଣ୍ଢଟି ନଉଠିବାରୁ ମୁହଁରେ ଓ ପଛ ପାଖରେ କୁଟା ଜାଳି ନିଆଁ ଲଗାଇ ଥିଲେ।

 ଘଟଣାକୁ ଏବେ ସାଧାରଣରେ ନିନ୍ଦା କରାଯାଇଛି । ଏହି ଘଟଣାକୁ ନେଇ ବଜ୍ରରଙ୍ଗ ଦଳ ପକ୍ଷରୁ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ  ପୋଲିସ ଗତକାଲି ରାତିରେ ସୁଗୋ ପାତ୍ରସାହି ଗ୍ରାମର ପ୍ରୀୟ ରଂଜନ ପାତ୍ର ଓ ରତିକାନ୍ତ ପାତ୍ରକୁ ଗିରଫ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.